ନବରଙ୍ଗପୁର, ୦୧.୦୮.୨୦୨୬: ନବରଙ୍ଗପୁର କଲେକ୍ଟରେଟ୍ରେ OSWASରେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପାଇଁ ୩ ଜଣ ଅଧିକାରୀଙ୍କୁ ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି। ପ୍ରଥମ ସ୍ଥାନରେ ମିସ୍ ସମିନା ଆଖତାରୀ, ଦ୍ୱିତୀୟ ସ୍ଥାନରେ ଶ୍ରୀ ପାଲକା ରବୀନ୍ଦ୍ର ଓ ତୃତୀୟ ସ୍ଥାନରେ ଶ୍ରୀମତୀ ଗୀତାଞ୍ଜଳି ବେହେରା ସମ୍ମାନିତ ହୋଇଛନ୍ତି।
ଜିଲ୍ଲାପାଳ କହିଥିଲେ, “OSWAS ସୁଶାସନ, ସ୍ୱଚ୍ଛତା ଓ ଦକ୍ଷ ପ୍ରଶାସନର ଏକ ଶକ୍ତିଶାଳୀ ମାଧ୍ୟମ।” ପ୍ରତିମାସ ଶ୍ରେଷ୍ଠ କାର୍ଯ୍ୟଦକ୍ଷ ଅଧିକାରୀଙ୍କୁ ସମ୍ମାନିତ କରାଯିବ ବୋଲି ସେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟି, ବିଶ୍ୱଜିତ ବର୍ମାନ ଓ ବିଭିନ୍ନ ବିଭାଗର ଅଧିକାରୀମାନେ
