ତେନ୍ତୁଳିଖୁଣ୍ଟିରେ ୪୦୭ ଗାଡ଼ିରୁ ୧୩୧ ବସ୍ତା ୟୁରିଆ ଜବତ, ତଦନ୍ତ ପରେ ୨୦ ବସ୍ତା ବେଆଇନ ପରିବହନ ଅଭିଯୋଗ

ତେନ୍ତୁଳିଖୁଣ୍ଟିରେ ୪୦୭ ଗାଡ଼ିରୁ ୧୩୧ ବସ୍ତା ୟୁରିଆ ଜବତ, ତଦନ୍ତ ପରେ ୨୦ ବସ୍ତା ବେଆଇନ ପରିବହନ ଅଭିଯୋଗ

ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ଅଞ୍ଚଳରେ ଏକ ୪୦୭ ଗାଡ଼ିରେ ପରିବହନ ହେଉଥିବା ୧୩୧ ବସ୍ତା ୟୁରିଆ ସାରକୁ ପୋଲିସ ଜବତ କରିଛି। ସୂଚନା ଅନୁସାରେ, କୁକୁଡ଼ାବାଇ ସ୍ଥିତ ରାଧା କୃଷ୍ଣ ଫର୍ଟିଲାଇଜରରୁ ୟୁରିଆ ସାର ତବାପଦର, ବିଜାପଦର, ମଦଗୁଲୁମି ସମେତ ବିଭିନ୍ନ ଅଞ୍ଚଳକୁ ନିଆଯାଉଥିବା ବେଳେ କିଛି ସମାଜସେବୀ ଏହା ସମ୍ପର୍କରେ କୃଷି ବିଭାଗ ଅଧିକାରୀଙ୍କୁ ଅବଗତ କରାଇଥିଲେ।କୃଷି ବିଭାଗ ପକ୍ଷରୁ ତେନ୍ତୁଳିଖୁଣ୍ଟି ପୋଲିସକୁ ସୂଚନା ଦିଆଯିବା ପରେ ପୋଲିସ ଉକ୍ତ ୪୦୭ ଗାଡ଼ିକୁ ଅଟକାଇ ୧୩୧ ବସ୍ତା ୟୁରିଆ ଜବତ କରିଥିଲା।ପରବର୍ତ୍ତୀ ଦିନ କୃଷି ବିଭାଗ ଅଧିକାରୀ ତେନ୍ତୁଳିଖୁଣ୍ଟି ଥାନାରେ ପହଞ୍ଚି ତଦନ୍ତ କରିଥିଲେ। ତଦନ୍ତ ପରେ ସେ ସୂଚନା ଦେଇଛନ୍ତି ଯେ, ୧୦୧ ବସ୍ତା ୟୁରିଆ ହିତାଧିକାରୀଙ୍କ ପାଇଁ ବୈଧ ଭାବେ ବଣ୍ଟନ ଉଦ୍ଦେଶ୍ୟରେ ଥିଲା, ଯେତେବେଳେ ୨୦ ବସ୍ତା ୟୁରିଆ ବେଆଇନ ଭାବେ ପରିବହନ କରାଯାଉଥିବା ଜଣାପଡ଼ିଛି।ଘଟଣାକୁ ନେଇ ତେନ୍ତୁଳିଖୁଣ୍ଟି ପୋଲିସ ଓ କୃଷି ବିଭାଗ ପକ୍ଷରୁ ଆବଶ୍ୟକ ଆଇନଗତ ପଦକ୍ଷେପ ନିଆଯାଉଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *